ଗିରଫ ହେଲେ ବଲିଉଡ୍ ଅଭିନେତ୍ରୀ ଲୀନା ପଲ୍

ପୂର୍ବରୁ ଗିରଫ ହୋଇଥିଲେ ସ୍ୱାମୀ ସୁକେଶ

0 41

ନୂଆଦିଲ୍ଲୀ: ଆର୍ଥିକ ହେର୍‌ଫେର୍‌ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରର ପତ୍ନୀ ତଥା ଅଭିନେତ୍ରୀ ଲୀନା ମାରିଆ ପଲ୍‌କୁ ବି ଗିରଫ କରିଛି ଦିଲ୍ଲୀ ପୁଲିସର ଇକୋନୋମିକ୍‌ ଅଫେନ୍ସ ୱିଙ୍ଗ୍। ଲୀନା ଦୁର୍ନୀତିରେ ତାଙ୍କ ସ୍ୱାମୀଙ୍କୁ ସହଯୋଗ କରୁଥିବା ଅଭିଯୋଗରେ  ତାଙ୍କୁ ଗିରଫ କରାଯାଇଛି।

ଲୀନାଙ୍କ ସ୍ୱାମୀ ସୁକେଶ ଅନେକ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଏମିତି ବ୍ୟବସାୟୀଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ପତ୍ନୀ ଲୀନା ତାଙ୍କୁ ସହଯୋଗ କରିଥିଲେ ବୋଲି ଦିଲ୍ଲୀ ପୁଲିସ ଜାଣିବାକୁ ପାଇଛି। ହିନ୍ଦୀ ଫିଲ୍ମମ ମାଦ୍ରାସ କାଫେରେ ଅଭିନୟ କରିଥିବା ଲୀନା ଏଥିପାଇଁ ପୁଲିସ ଅନେକ ଥର ପଚରାଉଚରା କରିଥିଲା।

ସୁକେଶଙ୍କର ବେଆଇନ ଟଙ୍କା ଆଦାୟ, ଆର୍ଥିକ ହେର୍‌ଫେର୍‌ ଆଦି ମାମଲାରେ ଲୀନାଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତରୁ ଜାଣିବାକୁ ପାଇଥିଲା ଇଡି। ଲୀନା ଅନେକ ପରିବାର ଓ ବ୍ୟବସାୟୀଙ୍କୁ ଠକିଥିବା ଜଣାପଡ଼ିଛି।  ଲୀନାଙ୍କ ସ୍ୱାମୀ ସୁକେଶ ଚନ୍ଦ୍ରଶେଖର ରୋହିନୀ ଜେଲରେ ଥାଇ ବି ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିରେ ଅନେକ ବ୍ୟାଙ୍କ କର୍ମଚାରୀ ଓ ଜେଲ୍‌ର କର୍ମଚାରୀମାନେ ମଧ୍ୟ ସାମିଲ ରହିଛନ୍ତି। ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି।

ନିକଟରେ ଇଡି ସୁକେଶର ଚେନ୍ନାଇ ସ୍ଥିତ ସମୂଦ୍ର କୂଳିଆ ବିଳାସମୟ ବଙ୍ଗଳାରେ ଚଢ଼ାଉ କରିଥିଲା। ଏଠାରୁ ୧୬ଟି ବିଳାସମୟ କାର ସହିତ ଦାମି ଦାମି ବ୍ରାଣ୍ଡର ପୋଷାକପତ୍ର ଫେସନ ସାମଗ୍ରୀ ଜବତ କରାଯାଇଥିଲା। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଏହି ଟଙ୍କାର ଲୀନା ବିଳାସମୟ ଜୀବନ ଯାପନ କରୁଥିଲେ ବୋଲି ଇଡି କହିଛି।

Leave A Reply

Your email address will not be published.