ଘରୋଇ କଳହକୁ ନେଇ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ଵାମୀ

0 8

ଖୋର୍ଦ୍ଧା : ଜଟଣି ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ ଘରୋଇ କଳହକୁ ନେଇ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ଵାମୀ। ଖବର ପାଇ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିବା ସହ ମୃତକଙ୍କ ଶବ ଜବତ କରିଛି।

ମିଳିଥିବା ସୂଚନାନୁଯାୟୀ, ଜଟଣି ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମର ସୁକାନ୍ତ ମଳିକ ଓ ସ୍ତ୍ରୀ ପୂଜା ମଳିକଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା। ଏବେ ଲକଡାଉନ୍ ସଟଡାଉନ୍ କଟକଣା ଲାଗୁ ହୋଇଥିବାରୁ ସୁକାନ୍ତଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। ଫଳରେ ସେ ଅଟୋ ଋଣ ଏବଂ ଘରୋଇ ଫାଇନାନ୍ସ କିସ୍ତି ଦେଇ ପାରୁ ନଥିଲେ। ଏହାକୁ ନେଇ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଆଜି ପୁଣି ଥରେ ସ୍ଵାମୀ-ସ୍ତ୍ରୀ ଦୁଇ ଜଣ ଝଗଡା ଲାଗିଥିବା ବେଳେ ଏଥିରେ ଉତକ୍ଷିପ୍ତ ହୋଇ ସୁକାନ୍ତ ଏକ ଧାରୁଆ ଅସ୍ତ୍ରରେ ପୂଜାଙ୍କୁ ହାଣି ଦେଇଥିଲେ। ଫଳରେ ପୂଜାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିବା ସହ ପୂଜାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.