ଚନ୍ଦ୍ରଭାଗାରେ ଡଙ୍ଗା ବୁଡି ଜଣେ ନିଖୋଜ

0 19

କୋଣାର୍କ, : କୋଣାର୍କ ଚନ୍ଦ୍ରଭାଗା ସମୂଦ୍ରରେ ଅଘଟଣ। ଡଙ୍ଗା ବୁଡ଼ି ଜଣେ ନିଖୋଜ ଥିବା ବେଳେ ୪ ଜଣ ସୁରକ୍ଷିତ ଭାବରେ ସମୂଦ୍ର କୂଳକୁ ପହଁରି ଚାଲିଆସିଛନ୍ତି। ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାନୁଯାୟୀ, ଗୁରୁବାର ରାତିରେ କିଛି ମତ୍ସଜିବୀ ମାଛ ଧରିବାକୁ ସମୂଦ୍ର ଭିତରକୁ ଯାଇଥିଲେ। ମାଛ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା। ଫଳରେ ୪ ଜଣ ମତ୍ସଜିବୀ ପହଁରି କୂଳକୁ ଚାଲି ଆସିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ମତ୍ସଜିବୀ ଜଣଙ୍କ ହେଉଛନ୍ତି ନୋଳିଆ ସାହିର ଆପୋଲୋ ରାଜୁ। ଏଯାବତ୍ ଆପୋଲୋଙ୍କର କୌଣସି ପରିଚୟ ମିଳିପାରି ନାହିଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave A Reply

Your email address will not be published.