ଚାଲିଗଲେ କିମ୍ବଦନ୍ତୀ ଧାବକ ମିଲଖା ସିଂହ

0 17

ଚଣ୍ଡୀଗଡ଼ : ଆରପାରି କୁ ଚାଲିଗଲେ  କିମ୍ବଦନ୍ତୀ ଧାବକ ମିଲଖା ସିଂହ । ପ୍ରାୟ ମାସେ ଧରି କରୋନା ସହ ଯୁଦ୍ଧ କରିବା ପରେ ଫ୍ଲାଇଂ ଶିଖ୍ (FLYING SIKH ) ମିଲଖା ସିଂହଙ୍କ ନିଧନ ହୋଇଛି । ଚଳିତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ । ୯୧ ବର୍ଷ ବୟସରେ ମିଲଖା ସିଂହ ଗତକାଲି ରାତି ୧୧ଟା ୨୪ ମିନିଟ୍ରେ ଚଣ୍ଡିଗଡ଼ର PGIMER ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାନ ଧାବକଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ।

ଚଣ୍ଡିଗଡ଼ର PGIMER ହସ୍ପିଟାଲ ମଧ୍ୟ ଏକ ବୟାନ ଜାରି କରି ମିଲଖା ସିଂହଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛି । ଗତମାସରେ ମିଲଖା କରୋନା ସଂକ୍ରମିତ ହୋଇ ସ୍ଥାନୀୟ PGIMER ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କର କରୋନା ଚିକିତ୍ସା ଚାଲିଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କୁ ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଶେଷରେ ମିଲଖା ସିଂଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ ଗତକାଲି ସନ୍ଧ୍ୟାରେ ହଠାତ୍ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ଏବଂ ଅମ୍ଳଜାନ ସ୍ତର ମଧ୍ୟ କମ୍ ହୋଇଯାଇଥିଲା । ଫଳରେ ତାଙ୍କୁ ପୁଣି ଥରେ PGIMER ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.