ଚାଲିଗଲେ ଫିଲ୍ମ ନିର୍ମାତା  ରାଜ କୌଶଲ

0 21

ମୁୁମ୍ବାଇ :  ବଲିଉଡ ଦୁନିଆ ପାଇଁ ଅତ୍ୟନ୍ତ  ଦୁଃଖଦ ଖରବ।  ଫିଲ୍ମ ନିର୍ମାତା  ରାଜ କୌଶଲଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ସେ  ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ  ସ୍ୱାମୀ ମଧ୍ୟ । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ରାଜ କୌଶଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବା ପୂର୍ବରୁ ହିଁ ତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡର ଅନେକ ସେଲେବ୍ରିଟି ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.