ଚେସ୍‌ ବିଶ୍ୱକପ୍‌-୨୦୨୧: ଫତାଲିଏଭାଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ ଏଣ୍ଟ୍ରି କଲେ ଚେସ୍‌ କୁଇନ୍‌ ପଦ୍ମିନୀ ରାଉତ

0 20

ଭୁବନେଶ୍ୱର, ଓଡ଼ିଶାର ଇଣ୍ଟନ୍ୟାସନାଲ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ସୋଚିରେ ଚାଲିଥିବା ମହିଳା ଚେସ୍‌ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମ ଦିବସରେ ସୋମବାର ଦିନ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ସେ ହରାଇଥିଲେ । ମଙ୍ଗଳବାର ପୁଣି ଦ୍ୱିତୀୟ ମୁକାବିଲାରେ ତାଙ୍କୁ ପରାଜିତ କରି ପଦ୍ମିନୀ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଦ୍ୱିତୀୟ ରାଉଣ୍ଡରେ ସେ ଇରାନର ଆଇଏମ୍‌ ସରାସଦତ ଖାଡେମାଲସାରହିଙ୍କୁ ଭେଟିବେ । ସେହିପରି ଭାରତର ଆର. ବୈଶାଳୀ, ହାରିକା ଡ୍ରୋନାଭାଲି ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.