ଜଗତପୁରରୁ ୫୦ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ

0 7

କଟକ : କଟକ ଉପକଣ୍ଠ ଜଗତପୁରରୁ ପୁଲିସ ମଙ୍ଗଳବାର ସକାଳେ ୫୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଓଆର-୦୨-ଏପି-୫୬୪୧ ନମ୍ବର ବିଶିଷ୍ଟ ଟ୍ରକରୁ ଏହି ଗଞ୍ଜେଇ ଜବତ କରାଯାଇଥିଲା। ପୁଲିସ ପକ୍ଷରୁ ଯାଞ୍ଚ ସମୟରେ ଟ୍ରକରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏସପି ଜୋନ-୧ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗତପୁର ଥାନା ଆଇଆଇସି ଏବଂ ଅନ୍ୟମାନେ ଏହି ଚଢଉରେ ସାମିଲ ହୋଇଥିଲେ।

Leave A Reply

Your email address will not be published.