ଜଗନ୍ନାଥ ସାଗରରେ ଭାସୁଛି ନାବାଳିକାଙ୍କ ମୃତଦେହ

ହତ୍ୟା ସନ୍ଦେହ କଲେ ପରିବାର ଲୋକେ

0 13

ଜୟପୁର,  : ଜୟପୁର ଜଗନ୍ନାଥ ସାଗରରେ ଭାସୁଛି ନାବାଳିକା ଝିଅର ମୃତଦେହ। ମୃତକ ଜଣଙ୍କ ହେଲେ ଜୟନଗର ଗୌଡ ସାହିର ଶୀବାନି ନାୟକ। ତାଙ୍କ ବୟସ ୧୩ ବର୍ଷ ହେବ। ଗତକାଲି ସନ୍ଧ୍ୟାରେ ସେ ଘରୁ କୁଆଡେ ଚାଲି ଯାଇଥିଲେ। ଆଉ ଫେରି ନଥିଲେ। ଆଜି ତାଙ୍କର ମୃତଦେହ ଜଗନ୍ନାଥ ସାଗରରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ମୃତ୍ୟୁ ପଛର କାରଣ ଜଣା ପଡିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ନାବାଳିକାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.