ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0 46

କାମାକ୍ଷାନଗର,  :  ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଯୁବକ ଜଣଙ୍କ ହେଲେ କଙ୍କଡାହାଡ ଥାନା ଧୁଳିଗୁଠ ଗ୍ରାମର ପ୍ରକାଶ ସୋରେନ। ପ୍ରକାଶଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଥିବା ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆଜି ସ୍ଥାନୀୟ ଲୋକମାନେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତକ ଜଣଙ୍କ ହେଉଛନ୍ତି କଙ୍କଡାହାଡ ଥାନା ଧୂଳିଗୁଠ ଗ୍ରାମର ପ୍ରକାଶ ସୋରେନ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିଲା । ପ୍ରକାଶଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.