ଜୁନ ୧୧ ରେ ବଙ୍ଗୋପସାଗରରେ ଲଘୁଚାପ !

0 26

ଭୁବନେଶ୍ୱର – ବଙ୍ଗୋପସାଗରେ ଖୁବ୍‌ଶୀଘ୍ର ଏକ ଲଘୂଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ଜରିଆରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି।  ଆସନ୍ତା ୧୧ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏ ନେଇ  ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମ କୁ  ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,ପ୍ରତିବର୍ଷ ଜୁନ୍ ୧୦/୧୨ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିଥାଏ। ଏଥର ମଧ୍ୟ ସେହି ତାରିଖ ସୁଦ୍ଧା ପହଞ୍ଚିବା ଆଶା କରାଯାଉଛି। ଜୁନ୍‌ରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ସେପଟେ ଦୁଇ ଦିନ ବିଳମ୍ୱରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କରେଳ ଛୁଇଁଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଛି।

Leave A Reply

Your email address will not be published.