ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ୍ ସିରିଜ୍

0 10

ମୁମ୍ବାଇ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ୍ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହାକୁ ୫ ଦିନ ଘୁଞ୍ଚାଇ ଦିଆଯାଇଛି ।
ନୂଆ କାର୍ଯ୍ୟସୂଚୀ ଅନୁସାରେ ଦୁଇଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ଏକ ଦିନିକିଆ ମ୍ୟାଚ ଓ ୩ଟି ଟି-୨୦ ମ୍ୟାଚ୍ ଜୁଲାଇ ୧୮ରୁ ଆରମ୍ଭ ହୋଇ ଜୁଲାଇ ୨୯ରେ ଶେଷ ହେବ । ତେବେ ମ୍ୟାଚ ଗୁଡ଼ିକର ସବିଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଘୋଷଣା କରାଯିବ ।

ଇଂଲଣ୍ଡ ଗସ୍ତରୁ ଫେରିଥିବା ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ ଗ୍ରାଣ୍ଡ ଫ୍ଲାଓ୍ବାରଙ୍କ ସମେତ କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ସିରିଜକୁ କିଛିଦିନ ଘୁଞ୍ଚାଇବାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ଶନିବାର ଉଭୟ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏଥିପାଇଁ ସହମତ ହୋଇଥିଲେ ।

ଭାରତ ଓ ଶ୍ରୀଲଙ୍କା କ୍ରିକେଟ ସିରିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.