ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

0 7

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ରେ ଶେଷ ହେବାର ସମ୍ଭାବନା ରହିଥିବା କଥା ଶୁକ୍ରବାର ଦିନ ଲୋକସଭା ରିପୋର୍ଟରୁ ଜଣାପଡ଼ିଛି।

ଶୁକ୍ରବାର ଦିନ ଜାରି ହୋଇଥିବା ଲୋକସଭାର ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ୨୦୨୧, ଜୁଲାଇ ୧୯ ତାରିଖ ସୋମବାର ଦିନ ୧୭ଶ ଲୋକସଭାର ଷଷ୍ଠ ଅଧିବେଶନ ଆରମ୍ଭ ହେବ। ସରକାରୀ ବ୍ୟାପାରର ଜରୁରୀ ପରିସ୍ଥିତିକୁ ଚାହିଁ ଏହି ଅଧିବେଶନ୨୦୨୧, ଅଗଷ୍ଟ ୧୩ ତାରିଖ ଶୁକ୍ରବାର ଦିନ ଶେଷ ହେବାର ସମ୍ଭାବନା ରହିଛି।

ରାଜ୍ୟସଭା କହିଛି ଯେ, ନୂଆଦିଲ୍ଲୀରେ ୨୦୨୧, ଜୁଲାଇ ୧୯ ତାରିଖ ଦିନ ରାଷ୍ଟ୍ରପତି ରାଜ୍ୟସଭା ଅଧିବେଶନ ଡକାଇଛନ୍ତି। ପରିସ୍ଥିତିକୁ ଚାହିଁ, ୨୦୨୧, ଅଗଷ୍ଟ ୧୩ ତାରିଖ ଶୁକ୍ରବାର ଦିନ ଏହି ଅଧିବେଶନ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟସଭା ଆହୁରି ମଧ୍ୟ କହିଛି ଯେ, ଉପରୋକ୍ତ ଅଧିବେଶନରେ ସମୁଦାୟ ୧୯ଟି ବୈଠକ ବସିବ।

ପ୍ରାପ୍ତ ସୂଚନା ଅନୁସାରେ, ଲୋକସଭାର ୪୪୦ଜଣରୁ ଊର୍ଦ୍ଧ୍ବ ଏବଂ ରାଜ୍ୟସଭାର ୨୧୦ଜଣରୁ ଊର୍ଦ୍ଧ୍ବ ସଦସ୍ୟ ଅନ୍ୟୂନ ଗୋଟିଏ ଡୋଜ୍‌ କୋଭିଡ୍‌-୧୯ ଟିକା ନେଇସାରିଛନ୍ତି।

ସ୍ମରଣଯୋଗ୍ୟ, କରୋନାଭାଇରସ୍‌ ସଂକ୍ରମଣ ପରିସ୍ଥିତି ଯୋଗୁଁ ୨୦୨୦ରେ ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ଆରମ୍ଭ ହୋଇଥିବା ବେଳେ ଶୀତକାଳୀନ ଅଧିବେଶନ ବସି ନ ଥିଲା। ସେହିପରି, ଚଳିତ ବର୍ଷର ବଜେଟ୍ ଅଧିବେଶନ ମଧ୍ୟ ମାର୍ଚ ୨୫ ସୁଦ୍ଧା ଶେଷ ହୋଇଥିଲା। ଏହି ଅଧିବେଶନର ପ୍ରଥମାର୍ଦ୍ଧ ଜାନୁଆରି ୨୯ରେ ଆରମ୍ଭ ହୋଇ ଫେବ୍ରୁଆରି ୨୯ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ମାର୍ଚ ୮ରେ ଆରମ୍ଭ ହୋଇ ଏପ୍ରିଲ୍‌ ୮ ତାରିଖରେ ଶେଷ କରାଯିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା।

Leave A Reply

Your email address will not be published.