ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବନ୍ଦ ,ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା

0 12

ପୁରୀ : କରୋନା ମହାମାରୀ ଯୋଗୁ ବନ୍ଦ ରଖାଯାଥିବା ଶ୍ରୀ ମନ୍ଦିର ଦର୍ଶନ ବାରଣକୁ କାଏମ ରଖାଯାଇଛି। ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ତେବେ ଆସନ୍ତା ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। ଆଉ ଏକ ସପ୍ତାହ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ମହାପ୍ରଭୁ ୧୦୮ ଗରା ପାଣିରେ ଗୋଧୋଇବେ । କିନ୍ତୁ ମହାବାହୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ପାଇପାରିବେନି ସାଧାରଣ ଭକ୍ତ । କରୋନା  ମହାମାରୀ ଯୋଗୁଁ ଗତବର୍ଷ ଭଳି ଚଳିତ ଥର ମଧ୍ୟ ବିନାଭକ୍ତରେ ଶ୍ରୀଜିଉଙ୍କର ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଜୁଲାଇ ମାସ ୨୫ ତାରିଖ ଯାଏଁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ । ସେତେଦିନ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି କାଳିଆ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ରଥଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି । ଅନ୍ୟ ଜଗନ୍ନାଥ ମନ୍ଦିର ଭିତରେ କେବଳ ରଥଯାତ୍ରା ନୀତି ଅନୁଷ୍ଠିତ ହେବ ।

Leave A Reply

Your email address will not be published.