ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା

0 22

ଝାରସୁଗୁଡ଼ା : ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଫେସର ଧ୍ରୁବରାଜ ନାୟକ।

ସୂଚନା ଅନୁଯାୟୀ, ପ୍ରଫେସର ଧ୍ରୁବରାଜ କୁଅରମାଲ ସ୍ଥିତ ନିଜ ବାସଭବନରେ ଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଜଣେ ପୂର୍ବତନ କୁଳପତିଙ୍କୁ କାହିଁକି ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇନି। ଲଇକେରା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଉକ୍ତ ଦୁର୍ବୃତ୍ତକୁ ଖୋଜୁଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

 

Leave A Reply

Your email address will not be published.