ଟିଉସନ ଯାଉଥିବା ସମୟରେ ନବମ ଶ୍ରେଣୀ ଝିଅଙ୍କୁ ଭୁଜାଲିରେ ଆକ୍ରମଣ

0 12

ଔପଦା/ଖଇରା: ଟିଉସନ ଯାଉଥିବା ସମୟରେ ନବମ ଶ୍ରେଣୀ ଝିଅ ଜଣେ ଯୁବକର ଭୁଜାଲି ଆକ୍ରମଣରେ ଗୁରୁତର ହୋଇଥିବାର ଖବର ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପରେ ନାବାଳିକାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଖଇରା ବ୍ଲକ ଜଳଦା ପଞ୍ଚାୟତରେ ତୁଟ ଗ୍ରାମରେ ନିତ୍ୟାନନ୍ଦ ଜେନାଙ୍କର ନବମ ଶ୍ରେଣୀରେ ଝିଅ ମଧୁସ୍ମିତା ଜେନା ଆଜି ସକାଳେ ଟିଉସନ ଯାଉଥିବା ସମୟରେ ତୁଟପଦା ଠାରେ ସେହି ଗ୍ରାମରେ ୨୫ ବର୍ଷିୟ ଯୁବକ ରଶ୍ମିରଞ୍ଜନ ଦାଶ ତାଙ୍କୁ ଭୁଜାଲି ଆକ୍ରମଣ କରିଥିଲେ । ଆକ୍ରମଣ କରିବାର କାରଣ ଜଣାପଡିନଥିବା ବେଳେ କିଛି ଦିନ ପୂର୍ବରୁ ଯୁବକ ତାକୁ ପ୍ରେମ ନିବେଦନ କରିଥିଲେ । ଏହାକୁ ଝିଅ ଓ ପରିବାର ଲୋକ ପ୍ରତିବାଦ କରିବାରୁ ସେହି ରାଗରେ ଆକ୍ରମଣ କରିଥିବାନେଇ ସନ୍ଦେହ କରାଯାଉଛି । ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଯୁବକ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.