ଟୋକିଓ ଅଲିମ୍ପିକ୍ସ୍‌: ରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ପରାସ୍ତ କରି ମହିଳା ହକିର କ୍ବାର୍ଟର୍‌-ଫାଇନାଲ୍‌ ସ୍ତରକୁ ଆସିଲା ଭାରତ

0 9

ଟୋକିଓ, : ଭାରତୀୟ ମହିଳା ହକି ଟିମ୍ ପୁଲ-ଏ ନିଜର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହା ସହିତ ଟୋକିଓ ଅଲିମ୍ପିକର କ୍ବାଟର ଫାଇନାଲରେ ପହଁଞ୍ଚିବାର ଆଶା ସୃଷ୍ଟି ହୋଇଛି।  ଭାରତ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇଛି । ଭାରତୀୟ ମହିଳା ହକି ଟିମର ଟୋକିଓ ଅଲମ୍ପିକ୍ସରେ ଏହା ଦ୍ୱିତୀୟ ବିଜୟ ।ଭାରତୀୟ ମହିଳା ହକି ଟିମ୍ ଟୋକିଓ ଅଲିମ୍ପିକ  କ୍ବାର୍ଟର   ଫାଇନାଲରେ ପହଁଞ୍ଚିବ କି ନାହିଁ ଏହାର ନିଷ୍ପତ୍ତି ଇଂଲଣ୍ଡ ଓ ଆୟର୍ଲାଣ୍ଡ ଭିତରେ ହେବାକୁ ଥିବା ମୁକାବିଲା ପରେ ଜଣାପଡିବ। ଯଦି ଆୟାରଲାଣ୍ଡକୁ ଇଂଲଣ୍ଡ ହରାଇଦିଏ ତେବେ ଭାରତ ପାଇଁ ଆଗକୁ ରାସ୍ତା ପରିସ୍କାର ହୋଇଯିବ।

କୌଣସି ଟିମ୍ ଆଗାମୀ ପର୍ଯ୍ୟାୟକୁ ପହଁଞ୍ଚିବା ପାଇଁ ନିଜର ପୁଲ୍‌​‌ରେ ଟପ୍-୪ ରେ ସ୍ଥାନ ପାଇବାକୁ ହେବ ।ଅନ୍ୟପଟେ ଭାରତୀୟ ମହିଳା ହକି ଟିମ୍ କ୍ୱାଟର ଫାଇନାଲରେ ପ୍ରବେଶ କରିବ କି ନାହିଁ ତାହା ଆଜି ସନ୍ଧ୍ୟାରେ ସ୍ପଷ୍ଟ ହୋଇଯିବ । ସନ୍ଧ୍ୟାରେ ଗ୍ରେଟ ବ୍ରିଟେନ ଓ ଆୟାରଲାଣ୍ଡ ମଧ୍ୟରେ ହେବାକୁ ଥିବା ଖେଳର ଫଳା ଫଳ ନିର୍ଣ୍ଣୟ କରିବ ଭାରତ କ୍ୱାଟର ଫାଇନାଲ ଖେଳିବ କି ନାହିଁ । ଯଦି ଆୟାରଲାଣ୍ଡ ଏହି ମ୍ୟାଚ ଜିତିଯିବ ତେବେ ଭାରତ କ୍ୱାଟର ଫାଇନାଲରୁ ବାଦ ପଡିବ

Leave A Reply

Your email address will not be published.