ଟୋକିଓ ଅଲିମ୍ପିକ ରେ ମୁଷ୍ଟିଯୋଦ୍ଧା ମେରି କମ ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପହଞ୍ଚିଲେ

0 7

ନୂଆଦିଲ୍ଲୀ, : ଟୋକିଓ ଅଲିମ୍ପିକରେ  ଭାରତର ଷ୍ଟାର ମହିଳା ବକ୍ସର ମ୍ୟାରି କମ୍ ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ତୃତୀୟ ଦିନରେ ମ୍ୟାରିକମ୍ ନିଜର ପ୍ରତିଦ୍ବନ୍ଦୀ ମିଗୁଏଲିନା ହର୍ନାଡିଜ୍ ଗାର୍ସିୟାଙ୍କୁ ୪-୧ ରେ ପରାସ୍ତ କରିଛନ୍ତି। ଖୁବ୍ ସହଜରେ ମ୍ୟାରିକମ୍ ନିଜର ପ୍ରତିଦ୍ବନ୍ଦୀଙ୍କୁ ଅତି ସହଜରେ ପରାସ୍ତ କରି ପ୍ରଥମ ରାଉଣ୍ଡରେ ଜିତିନେଇଛନ୍ତି। ଏବେ ସେ ପ୍ରି-କ୍ୱାର୍ଟର ଫାଇନାଲରେ ପହଁଞ୍ଚି ଯାଇଛନ୍ତି।

ମ୍ୟାରିକମ୍ ଚଳିତ ବର୍ଷ ଶେଷ ଥର ପାଇଁ ଅଲିମ୍ପିକ  ଖେଳୁଛନ୍ତି। ୬ଥର ବିଶ୍ବ ଚମ୍ପିଆନ୍ ଥିବା ଏମ ସି ମ୍ୟାରିକମ୍ ୫୧ କିଲୋ ବର୍ଗରେ ଫ୍ଲାଇଭେଟ ବର୍ଗର ରାଉଣ୍ଡ ୩୨ ତୁଳନାରେ ଡୋମିନିକା ଗଣରାଜ୍ୟର ମିଗୁଏଲିନା ହର୍ନାଡିଜ୍ ଗାର୍ସିୟାଙ୍କୁ ପରାସ୍ତ କରିଛନ୍ତି। ଆଜିର ଉଦଘାଟନୀ ରାଉଣ୍ଡରେ ସେ ନିଜ ଠାରୁ ୧୫ବର୍ଷ ସାନ ଗାର୍ସିଆଙ୍କୁ କଡ଼ା ଟକ୍କର ଦେଇ ଅଲିମ୍ପିକ୍ ଗେମ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୨ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇଥିବା ୩୮ ବର୍ଷୀୟା ମେରି କମ୍‌ ପାନ୍ ଆମେରିକୀୟ ଗେମ୍ସର ବ୍ରୋଞ୍ଜ ପଦକ ବିଜୟିନୀ ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ୪-୧ରେ ହରାଇଛନ୍ତି |

Leave A Reply

Your email address will not be published.