ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଜଣେ ଯୁବକ ମୃତ

0 3

କୁନ୍ଦୁଲି,  : କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା କୁଦୁଲି ହାଟପଦା ନିକଟ ଜାତୀୟ ରାଜପଥ ରେ ଟ୍ରକ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛି l ମୃତ ବ୍ୟକ୍ତି ହେଲେ ରାଲେଗଡା ପଞ୍ଚାୟତ ମାଡିବାଲସା ଗ୍ରାମର ଲଛନା ଗେମେଲ l

ମାଲ ବୋଝେଇ ଟ୍ରକଟି ସେମିଳିଗୁଡା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକକୁ ଆଜି ଅପରାହ୍ନରେ ଧକ୍କା ଦେଇଥିଲା l ମୃତଦେହ ପୋଲିସ ଜବତ କରିଥିବା ବେଳେ ଆହତ ଯୁବକଙ୍କୁ ଚିକତ୍ସା ପାଇଁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.