ଟ୍ୟାଙ୍କର କଣ୍ଟେନରରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ, ୨ ଗିରଫ

0 13

ସମ୍ବଲପୁର   : ଏନସିବି  ପଞ୍ଝାରେ ଗଂଜେଇ ଚୋରା ଚାଲାଣକାରୀ ।  ଟ୍ୟାଙ୍କର କଣ୍ଟେନରରେ ଗଞ୍ଜେଇ ଚାଲାଣ ହେଉଥିବା  ବେଳେ ଏନସିବି ଚଢାଉ କରି ୮୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।

ଆନ୍ଧ୍ରପ୍ରଦେଶ ବିଜୟନଗରମ ସାଲୁର ନିକଟରୁ  ଟ୍ୟାଙ୍କର (ନଂ ଏନଏଲ-୦୨ଏନ-୧୯୭୧ ) କଣ୍ଟେନରରେ ଗଞ୍ଜେଇ  ରାଉଲକେଲା ଚାଲାଣ ହେଉଥିଲା । ସମ୍ବଲପୁର ଅଇଁଠାପଲ୍ଲୀ ଛକ ନିକଟରେ ଏନସିବି ପକ୍ଷରୁ ଚଢାଉ କରାଯାଇ  ଟ୍ୟାଙ୍କର କଣ୍ଟେନର ନିକଟରୁ ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ଟ୍ୟାଙ୍କର ଡ୍ରାଇଭର ପଶ୍ଚିମବଙ୍ଗ ର  ରାମସାଗର ସିଂ ଓ ସନ୍ତୋଷ ରାୟ କୁ ଗିରଫ କରାଯାଇଛି ।

Leave A Reply

Your email address will not be published.