ଡଙ୍ଗା ବୁଡ଼ି ଜଣକର ମୃତ୍ୟୁ, ୭ ନିଖୋଜ

0 13

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାରେ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଡଙ୍ଗା ବୁଡ଼ି ୭ ଜଣ ନିଖୋଜ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଏହି ଅଘଟଣ ଘଟିଛି।

ସୂଚନାନୁଯାୟୀ, ୨ଟି ଦେଶୀ ଡଙ୍ଗାରେ ୧୧ ଜଣ ଯାତ୍ରୀ ସେଲେରୁ ନଦୀ ପାରି ହେଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗା ପାଣିରେ ବୁଡି ଯାଇଥିଲା। ଡଙ୍ଗା ବୁଡ଼ି ଯିବାରୁ ୭ ଜଣ ନିଖୋଜ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି। ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନିଖୋଜ ଓ ମୃତ ସମସ୍ତେ ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗାଁର। ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ। ଗତକାଲି ଆନ୍ଧ୍ରରୁ ଜଳ ପଥରେ ଓଡ଼ିଶା ଆସିବା ବେଳେ ଏହି ଅଘଟଣ ଘଟିଛି

Leave A Reply

Your email address will not be published.