ଡିଜେଲ ,ପେଟ୍ରୋଲ , ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ଵିରୁଦ୍ଧ ରେ ସି ପି ଆଇ ଏମ ଦଳ ତରଫରୁ ବନ୍ଦ ଡାକରା

0 106

 

ବଣେଇ :    କୋରୋନା ମହାମାରୀରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ତୈଳଦର ବୃଦ୍ଧି କରୁଥିବା ପ୍ରତିବାଦରେ ବଣେଇ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ସି.ପି.ଆଇ.ଏମ. ନେତା ପ୍ରଭାତ ପଣ୍ଡା , ସୁଦର୍ଶନ  ପାତ୍ର, ଚନ୍ଦ୍ର ମଣି ନାଏକ ,ବାଦଲ ବାରିକ ଙ୍କ ନେତୃତ୍ଵରେ କୋଇଡା ଛକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସି.ପି.ଆଇ.ଏମ.ନେତା ପ୍ରଭାତ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦି ଓ ରାଜ୍ୟରେ ନବୀନ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି। ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୩ ଟଙ୍କାରୁ ଅଧିକ ହୋଇଥିବା ବେଳେ ଜନସାଧାରଣଙ୍କ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯେଉଁଥିପାଇଁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡୁଛି। ଏତଦ୍ ବ୍ୟତୀତ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀ, ପନିପରିବାର ଦର ମଧ୍ୟ ଆକାଶଛୁଆଁ ଦବୃଦ୍ଧି ହୋଯାଇଛି। ବେରୋଜଗାର ହୋଇ ଲୋକ ଖାଇବାକୁ ପାଉ ନ ଥିବା ବେଳେ ବୋଝ ଉପରେ ନଳିତା ବିଡା ଭଳି ସରକାରଙ୍କ ନୀତି ଯୋଗୁଁ ଆଜି ତୈଳ ଦର, ଦୈନଦିନ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ବୃଦ୍ଧି ପାଇଁ ସାଧାରଣ ଜନତା ହଟହଟା ହେଉଛନ୍ତି। ଟଙ୍କିକିଆ ଚାଉଳ ଯେମିତି ସୁଲଭ ଦରରେ ମିଳୁଛି ସେଇଭଳି ଖାଇବା ତେଲ,ଡାଲି, ଖାଦ୍ୟ ସାମଗ୍ରୀ ସୁଲଭ ଦରରେ ମିଳିବା ପାଇଁ ସାଧାରଣ ଦାବି ରଖିଛନ୍ତି। ବିଶ୍ବରେ ସବୁ ଦେଶ ତୁଳନାରେ ଭାରତ ରେ ହିଁ ସର୍ବାଧିକ ଟିକସ ଆଦାୟ ହେଉଛି l ସରକାରଙ୍କ ନିଲ୍ଲଜ୍ ଯୁକ୍ତି ହେଉଛି। ଟିକସ ଅର୍ଥ କୁଆଡେ କୋଭିଡ ପାଇଁ ଖର୍ଚ୍ଚ ହେଉଛି। ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ସରକାର ଟୀକା ନୀତିରେ କେତେକ ସଂଶୋଧନ କରିବାକୁ ବାଧ୍ୟ ହୋଇଛନ୍ତି। ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ୍, ପେଟ୍ରୋଲ ରନ୍ଧନଗ୍ୟାସ ଉପରେ ଟିକସ ହ୍ରାସ କରି ଦର କମାଇବା ନିତ୍ୟ ବ୍ୟବହା୍ଯ୍ୟ ଜିନିଷପତ୍ର ର ଦରବୃଦ୍ଧି ବନ୍ଦ କରିବା ଓ କଳାବଜାରୀ, ମହଜୁଦକାର ଙ୍କୁ ଜବତ୍ କରିବା ପ୍ରମୁଖ ଦାବି ରେ ୪ଟି ବାମପନ୍ଥୀ ଦଳ ପକ୍ଷରୁ ରୁ ସକାଳୁ ୬ ଠାରୁ  ୧୨ ଟା ବନ୍ଦ କରିଥିଲା l

Leave A Reply

Your email address will not be published.