ଡ୍ୟୁଟି କରୁଥିବା ବେଳେ ଅଟୋ ଧକ୍କା ଗୁରୁତର ହାବିଲଦାରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

0 22

ଭୁବନେଶ୍ବର : ଅମାନିଆ ଅଟୋ ଚାଳକଙ୍କ ପାଇଁ ଦୁର୍ଘଟଣାର ଶିକାର ହାବିଲଦାର ମେଜର ସରୋଜ ପ୍ରଧାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଭୁବନେଶ୍ବର କଳ୍ପନା ଛକରେ ଡ୍ୟୁଟି କରୁଥିବା ବେଳେ ତାଙ୍କୁ ଏକ ଅଟୋ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ଓ ପରେ ଏମ୍ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ସପ୍ତାହନ୍ତ ସଟଡାଉନ୍ ଥିବାରୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ ଜାରି ରହିଥିଲା । ଭୁବନେଶ୍ବର କଳ୍ପନା ଛକରେ ଚେକିଂ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ସକାଳ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇବା ବେଳେ ହାବିଲଦାର ତଳେ ପଡିଯାଇଥିଲେ । ତେବେ ମଦ୍ୟପ ଅଟୋ ଚାଳକ ଜଣଙ୍କ ହାବିଲଦାରଙ୍କ ମୁଣ୍ଡରେ ଅଟୋ ଚଢାଇ ଦେଇଥିଲେ । ଗୁରୁତର ହାବିଲଦାର ମେଜର ସରୋଜ କୁମାର ପ୍ରଧାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.