ଦିଲ୍ଲୀ ପୋଲିସ୍‌ର ନୃଶଂସତା, ବାଳକକୁ ପିଟି ପିଟି ମାରିଦେଲେ କନେଷ୍ଟବଲ୍

0 30

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ  ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳଙ୍କ ଏକ ନୃଶଂସତା କାର୍ଯ୍ୟ ର ଏକ  ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ୪ ରୁ ୫ ଜଣ ଅଛନ୍ତି, ଯେଉଁଥିରୁ ଜଣେ ବ୍ୟକ୍ତି ଜଣେ ବାଳକକୁ ଅତି ନିର୍ମମ ଭାବରେ ପିଟୁଥିବାର ନଜର ଆସିଛି । ବାକି ଲୋକମାନେ ସେଠାରେ ଠିଆ ହୋଇଛନ୍ତି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ପରି ବାଳକକୁ ମାଡ ମାରିଥିବା ବ୍ୟକ୍ତି ହେଉଛନ୍ତି ଦିଲ୍ଲୀ ପୋଲିସ୍ କନଷ୍ଟେବଳ । ଭିଡିଓରେ କନଷ୍ଟେବଳ ମୋନୁ ସିରୋହି ପ୍ରଥମେ ବାଳକକୁ ମାଡ ମାରିଥିଲେ ଏବଂ ପରେ ଆହତ ଅବସ୍ଥାରେ ତାଙ୍କ ସାଥୀଙ୍କ ସାହାଯ୍ୟରେ ତାଙ୍କୁ କାରରେ ରଖିଥିବାର ନଜର ଆସିଛନ୍ତି ।

ପୀଡିତ ବାଳକର ପରିବାର ଦିଲ୍ଲୀର ନ୍ୟୁ ଅଶୋକ ନାଗର ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ନ୍ୟୁ ଅଶୋକ ନଗର ପୋଲିସ ଷ୍ଟେସନର SHO ଅପହରଣର ଏଫଆଇଆର ପଞ୍ଜିକୃତ କରିନାହିଁ କିମ୍ବା ଏ ସମ୍ପର୍କରେ କୌଣସି ତଦନ୍ତ କରିନାହାଁନ୍ତି ।

ପୋଲିସ କନଷ୍ଟେବଳ ମୋନୁ ସିରୋହିଙ୍କୁ ଗିରଫ କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ପୋଲିସ୍ କନଷ୍ଟେବଳ ମୋନୁ ସିରୋହି ତାଙ୍କ ସହଯୋଗୀଙ୍କ ସହ ଏହି ବାଳକକୁ ଏତେ ମାଡ ମାରିଥିଲେ ଯେ ତାଙ୍କର ମୃତ୍ୟୁ ଘଟିଛି । ଏହା ପରେ ମୋନୁ ସିରୋହି ବାଳକଟିର ମୃତଦେହକୁ କାରରେ ନେଇ ମେରୁଟ ନିକଟ ଗଙ୍ଗା କେନାଲରେ ରଖିଥିଲେ ।

ଏହି ମାମଲାରେ ମୋନୁ ସିରୋହି ଗିରଫ ହେବା ପରେ ବଡ ପ୍ରଶ୍ନ ହେଉଛି କନଷ୍ଟେବଳଙ୍କ ସହ ଭିଡିଓରେ ଉପସ୍ଥିତ ଥିବା ଅବଶିଷ୍ଟ ଲୋକ କିଏ ? ଏହି ମାମଲାରେ ନ୍ୟୁ ଅଶୋକ ନଗରର SHO କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.