‘ଦି ୱାୟର୍’ଫେମ୍ ଅଭିନେତାଙ୍କ ଦେହାନ୍ତ

ଡ୍ରଗ୍ସ ଓଭରଡୋଜ୍ ନେଇଥିବା ସନ୍ଦେହ କରୁଛି ପୋଲିସ୍

0 6

ନୂଆଦିଲ୍ଲୀ  : ହଲିଉଡର ପ୍ରସିଦ୍ଧ ଅଭିନେତା ମାଇକେଲ କେ. ୱିଲିୟମ୍ସଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସୋମବାର ନ୍ୟୁୟର୍କର ବ୍ରୁକଲିନ୍ ପେଣ୍ଟହାଉସ୍ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନ୍ୟୁୟର୍କ ସିଟି ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ନ୍ୟୁୟର୍କ ପୋଲିସ ବିଭାଗ ମୁଖପାତ୍ର ଲେଫ୍ଟ ଜନ୍ ଗ୍ରିମ୍ପେଲ ତାଙ୍କ ମୃତ୍ୟୁ ବିଷୟରେ କହିଛନ୍ତି, ‘ୱିଲିୟମ୍ସ ତାଙ୍କ ବ୍ରୁକଲିନ୍ ଆପାର୍ଟମେଣ୍ଟରେ ଦ୍ୱିପ୍ରହର ୨ ଟାରେ ଜରୁରୀକାଳୀନ ଅପରେଟରଙ୍କୁ ଫୋନ୍ କରିବା ପରେ ମୃତ ଅବସ୍ଥାରେ ମିଳିଛନ୍ତି । ଘଟଣାର ତଦନ୍ତ କରାଯାଉଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।’ ଘଟଣାସ୍ଥଳକୁ ଦେଖି ପୋଲିସ ସନ୍ଦେହ କରୁଛି ଯେ ମାଇକେଲଙ୍କ ଅତ୍ୟଧିକ ମାତ୍ରାରେ ଡ୍ରଗ୍ସ ନେବା କାରଣରୁ ମୃତ୍ୟୁ ହୋଇଛି ।

ମାଇକେଲ୍ ତାଙ୍କ ଟିଭି ସୋ ‘ଦି ୱାୟର୍’ ପାଇଁ ବେଶ୍ ପ୍ରସିଦ୍ଧ ଥିଲେ। ଏହି ଶୋ’ରେ ତାଙ୍କୁ ଓମର ଲିଟିଲ ଭୂମିକାରେ ଦେଖିବାକୁ ମିଳିଥିଲା ମାଇକେଲଙ୍କ ମୃତ୍ୟୁ ହେତୁ ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

Leave A Reply

Your email address will not be published.