ଦୀପାବଳିରେ ଲଞ୍ଚ କରିବ JioPhone Next; ହ୍ୱାଟ୍ସଆପ୍‌ରେ ବୁକ୍ କରିପାରିବେ ଗ୍ରାହକ

0 10

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ସ୍ମାର୍ଟଫୋନ୍‌ର ଅପେକ୍ଷାରେ ଥିବା ଗ୍ରାହକଙ୍କ ପାଇଁ ଖୁସୀଖବର। ଦୀପାବଳିରେ  କମ୍ପାନୀ JioPhone Next ଲଞ୍ଚ ହେବ ବୋଲି ଜିଓ ଓ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି। ଏହା ବିଶ୍ୱର ସବୁଠାରୁ ସସ୍ତା ସୁବିଧାଯୁକ୍ତ ସ୍ମାର୍ଟ ଫୋନ୍ ହେବ ବୋଲି କମ୍ପାନୀ ଦାବି କରିଛି। JioPhone Next ସ୍ମାର୍ଟଫୋନ୍‌ର ପ୍ରାରମ୍ଭିକ ମୂଲ୍ୟ ୧୯୯୯ ଟଙ୍କା ହେବ। ବାକି ଟଙ୍କା ଗ୍ରାହକ ଇଏମ୍‌ଆଇ ଜରିଆରେ ୧୮-୨୪ ମାସ ଭିତରେ ଦେବାକୁ ପଡ଼ିବ। ଆଉ ଯଦି ଆପଣ ଫୋନ୍‌କୁ ଡାଇରେକ୍ଟ କିଣିବାକୁ ଚାହୁଁଛନ୍ତି ତେବେ ୬୪୯୯ ଟଙ୍କା ଦେଇ ଫୋନ୍ କିଣି ପାରିବେ।

କମ୍ପାନୀର କହିବା ଅନୁସାରେ, ଏହି କ୍ୟାଟେଗୋରୀର ମୋବାଇଲ୍ ପାଇଁ ପ୍ରଥମଥର ଏଭଳି ଫାଇନାନ୍ସି ଅପସନ୍‌ ଦିଆଯାଇଛି। ଫଳରେ ଏହି ଫୋନ୍‌ଟି ଅଧିକ ମାତ୍ରାରେ ଗ୍ରାହକଙ୍କ ପାଖରେ ପହଞ୍ଚି ପାରିବ। ଏହି ଫୋନ୍‌ ଦେଶର ଜିଓ ମାର୍ଟ ଡିଜିଟାଲ ଷ୍ଟୋର୍‌ରେ ମିଳିପାରିବ। ଗ୍ରାହକ ଚାହିଁଲେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଫୋନ୍ ବୁକ କରିପାରିବେ ବୋଲି କମ୍ପାନୀ କହିଛି।

JioPhone Nextର ବିଶେଷତ୍ୱ

୫.୪୫ ଇଞ୍ଚର ମଲ୍‌ଟି HD+ (720X1440) ପିକ୍ସେଲ ରିଜୋଲ୍ୟୁସନର ଡିସ୍‌ପ୍ଲେ। ଏଥିରେ କୋର୍ଣ୍ଣିଂ ଗୋରିଲା ଗ୍ଲାସ୍‌ର ୩ ପ୍ରୋଟେକ୍ସନ ଦିଆଯାଇଛି। ତା ସହିତ ଡିସ୍‌ପ୍ଲେରେ ଆଣ୍ଟି ଫିଙ୍ଗର ପ୍ରିଣ୍ଟ କୋଟିଂ ବି ମିଳିବ। ଫଳରେ ମୋବାଇଲ୍ କାତରେ ଆଙ୍ଗୁଳିର ଦାନ ପଡ଼ିବ ନାହିଁ।

ଏହି ସ୍ମାର୍ଟଫୋନ୍‌ଟି QM-215, Quad Core upto 1.3 Ghz ପ୍ରୋସେସରରେ ଦିଆଯାଇଥିବା ବେଳେ ୨ଜିବି ରାମ ଓ ୩୨ ଜିବି ଷ୍ଟୋରେଜ୍ ରହିଛି। ଷ୍ଟୋରେଜ୍‌କୁ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରେ।

କ୍ୟାମେରା- ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା, ୧୩ ମେଗାପିକ୍ସେଲ ସିଙ୍ଗଲ ରିୟର କ୍ୟାମେରା ସହିତ ୩୫୦୦ mAh ବ୍ୟାଟେରୀ ଦିଆଯାଇଛି। ତା ସହିତ ୱାଇଫାଇ, ବ୍ଲୁଟୁଥ, ମାକ୍ରୋ ୟୁଏସ୍‌ବି ଓ ୩.୫ ଏମ୍‌ଏମ୍‌ ଅଡିଓ ଜ୍ୟାକ୍ ଦିଆଯାଇଛି। ଫୋନ୍‌ରେ ଏକ୍ସିଲେରୋମିଟର, ଲାଇଟ୍ ସେନ୍ସର ଓ ପ୍ରୋକ୍ସିମିଟର ସେନ୍ସର ଦିଆଯାଇଛି।

Leave A Reply

Your email address will not be published.