ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

0 41

ସୋର : ସୋର ଥାନା ସିଙ୍ଖାଖୁଣ୍ଟା ପଞ୍ଚାୟତ କରଞ୍ଜବଣିଆ ଗାଁରେ  ଜଣେ ଦୁଷ୍କର୍ମକାରୀଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଉଲଗ୍ନ କରି ପିଟି ପିଟି ମାରିଦେଇଥିବା ଜଣା ପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ କରଞ୍ଜବଣିଆ ଗାଁର ଜଣେ ମହିଳା ପତ୍ର ଗୋଟେଇବାକୁ ଜଙ୍ଗଲକୁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ସେହି ଅଞ୍ଚଳର ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରରେ ଭର୍ତ୍ତି କରିଛନ୍ତି ।

ଅନ୍ୟପକ୍ଷେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ବସନ୍ତ ସିଂକୁ ପିଟି ପିଟି ମାରି ଦେଇଛନ୍ତି । ସୋର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।  ପୀଡିତାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଛି। ପୋଲିସ ଘଟଣା ସମ୍ପର୍କ ରେ ତଦନ୍ତ କରୁଛି ।

Leave A Reply

Your email address will not be published.