ଦେବଗଡ଼ ଜିଲ୍ଲାକୁ ରେଳ ସଂଯୋଗ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାଂସଦଙ୍କ ଦାବିପତ୍ର ପ୍ରଦାନ

0 14

ଦେବଗଡ଼, : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଦେବଗଡ଼ ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ମିଳିପାରିନାହିଁ। ଦେବଗଡ଼ ଜିଲ୍ଲାର ସାମାଜିକ ଓ ଅର୍ଥ ନୈତିକ ବିକାଶ ପାଇଁ ଦେବଗଡ଼ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଦେବଗଡ଼ ଜିଲ୍ଲା ବାସୀଙ୍କ ଦୀର୍ଘ ଦିନ ଦାବି ଶେଷରେ ପାର୍ଲିଆମେଣ୍ଟରେ ପହଞ୍ଚିବା ସହ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ ହୋଇଛି। ଏ ସମ୍ପର୍କ ରେ  ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ସଂସଦ ଭବନ ସ୍ଥିତ ରେଳ ମନ୍ତ୍ରାଳୟ କାର୍ଯ୍ୟାଳୟରେ ପହଞ୍ଚି କେନ୍ଦ୍ର ରେଳ ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏ ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବିପତ୍ରରେ  ଶ୍ରୀ ଗଙ୍ଗଦେବ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ୫୦୦ କୋଟି ଟଙ୍କାର ଏକ ସପ୍ଲିମେଣ୍ଟାରୀ ବଜେଟ କରି ଝାରସୁଗୁଡାରୁ କୁଚିଣ୍ଡା-ଦେବଗଡ଼-ବାରକୋଟ-ପାଲଲହଡା ଦେଇ ପାରାଦ୍ୱୀପକୁ ରେଳ ସଂଯୋଗ ପାଇଁ ଦାବି କରିବା ସହ ଜିଲ୍ଲାକୁ ସଂଯୋଗ କରୁଥିବା ତାଳଚେର-ବିମାଲାଗଡ (୧୫୪ କିଲୋମିଟର) ନୂତନ ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ପାଇଁ ଉଲ୍ଲେଖ କରିଛନ୍ତି।

ଏଥି ସହ ଓଡିଶା ସରକାର ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା ସହ ଜମି ହସ୍ତାନ୍ତରକୁ ତ୍ୱରାନ୍ୱିତ କରାଇବାକୁ ଦାବି କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ମୂଲ୍ୟ ବୃଦ୍ଧି ହେବା ଆବଶ୍ୟକତା ଥିବା ଏବଂ ଗତ ବର୍ଷର ବଜେଟରେ ମାତ୍ର ୧୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଵା ବେଳେ ଚଳିତ ବର୍ଷ ବଜେଟରେ ମାତ୍ର ୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ଫଳରେ ଏହି ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିବା ସାଂସଦ ଶ୍ରୀ ଗଙ୍ଗଦେବ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ସାଂସଦଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେବଗଡ଼ ଜିଲ୍ଲାକୁ ରେଳ ସାଂଯୋଗ ପାଇଁ ପ୍ରକ୍ରିୟା ଆରମ୍ଭ କରାଇବାକୁ ପ୍ରତିଶୃତି ଦେଇଥିବା ଶ୍ରୀ ଗଙ୍ଗଦେବ ସୂଚନା ଦେଇଛନ୍ତି।

Leave A Reply

Your email address will not be published.