ଦେବଗଡ଼ ରେ ବାଘଛାଲ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ, ଜଣେ ଅଟକ

0 8

ଦେବଗଡ଼ : ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଗୁରୁବାର ରାତିରେ ଗୋଟିଏ ବାଘ ଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବରଘାଟ ଗ୍ରାମରେ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ସମ୍ପର୍କରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ଦେବଗଡ଼ ବନ ବିଭାଗ ସହଯୋଗରେ ବରଘାଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ରହିଥିବା ଜଣାପଡ଼ିଥିଲା। ତେବେ ଉକ୍ତ ସାମଗ୍ରୀ ଜବତ କରାଯିବା ସହିତ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଏନେଇ ଏସ୍‌ଟିଏଫ ଓ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.