ଦେବଗଡ ରେ ବିଭିନ୍ନ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

0 1

ଦେବଗଡ :ସାରା ରାଜ୍ୟ ରେ ଯେପରି ହୁ ହୁ ହୋଇ କରୋନା ବଢି ଚାଲିଛି ଦେବଗଡ ଜିଲ୍ଲାରେ  ମଧ୍ୟ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେବଗଡ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏନେଇ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ରିଆମାଳ ବ୍ଲକ ଅନ୍ତର୍ଗତ ଖଇରପାଲି, ପଳଶମା ଓ ତିମୁର ଗ୍ରାମକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ସଂପୃକ୍ତ ଗ୍ରାମଗୁଡ଼ିକରେ ବାରିକେଡ୍ କରାଯାଇ ଚାରିକଡରୁ ସିଲ କରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେହିଭଳି ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ କଡାକଡି କରାଯାଇ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ଏହି ଅଞ୍ଚଳ ଗୁଡ଼ିକୁ ବାହାରର କୌଣସି ଲୋକଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ।

Leave A Reply

Your email address will not be published.