ଦେବଗଡ : ସଡକ ଦୁର୍ଘଟଣାରେ ଜରପଡା ଥାନାରେ କାର୍ଯ୍ୟରତ ଓଏପିଏଫ ଯବାନ ମୃତ

0 36

ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ନିକଟସ୍ଥ ରାଂଚି-ବିଜୟୱାଡା ରାଜପଥରେ ଗତକାଲି ରାତିରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଓଏପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅନୁଗୁଳ ଜିଲା ଜରପଡା ଥାନାରେ କାର୍ଯ୍ୟରତ ଦେବଗଡ ଥାନା ସାନ ଶିରୋଡିହୀ ଗ୍ରାମର ଭଜମନ ଜାରିକାଙ୍କ ପୁଅ ଘାଶିରାମ ଜାରିକା(୩୦)  ।

ପ୍ରାପ୍ତ  ସୂଚନା ଅନୁଯାୟୀ ଘାଶିରାମ ଗତକାଲି ରାତିରେ ପ୍ରାୟ ୧୦ଟା ସମୟରେ ଜରପଡାରୁ ଜଣେ ସାଥୀଙ୍କର ବୁଲେଟ ଯୋଗେ ରାଂଚି -ବିଜୟୱାଡା ରାଜପଥଦେଇ ନିଜ ଘରକୁ ଫେରୁଥିଲେ। କୁଶପଙ୍ଗା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ କୌଣସି କାରଣରୁ ଭାରାସାମ୍ୟ ହରାଇ ବାଇକ ସହ ସେ ରାସ୍ତାଉପରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର  ପାଇ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବାସହ ଆଜି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।  ଏକ ମାମଲା  ରୁଜୁକରି ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.