ଦୋକାନ ରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷ

0 18

ଟିଟିଲାଗଡ, :  ସହରର ହାଟପଦା ସ୍ଥିତ ମୁଖ୍ୟ ବଜାରରେ ଆଜି ହଠାତ ନିଆଁ ଲାଗି ଗୋଟିଏ ଦୋକାନ ଛାରଖାର ହୋଇ ଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୪ ଟାରେ ହାଟପଡ଼ାର ମୁଖ୍ୟ ବଜାରରେ ନିଆଁ ଲାଗି ହୁ ହୁ ହୋଇ ଜଳିଉଥିଲା । ଏହା ଦେଖି ହଇଚଇ ଖେଳିଯାଇଥିଲା । ଏହି ନିଆଁରେ ନ୍ୟୁ ବାବୁଲାଲ ଦୋକାନ ରେ ଲକ୍ଷ ଲକ୍ଷ ଟଙ୍କା ର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଛି । ସ୍ଥାନୀୟ ଲୋକେ ପାଣି ଆଣି ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ନିଆଁ ଲିଭିବା ପରିବର୍ତ୍ତେ ଆହୁରି ଉଗ୍ର ରୂପ ଧାରଣ କରିଥିଲା । ଅଞ୍ଚଳଟି ଧୁଆଁମୟ ହୋଇ ଉଠିଥିଲା ।

ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ମଧ୍ୟ ସ୍ଵଇଚ୍ଛାରେ ଦମକଳ ବାହିନୀ ଓ ବ୍ୟବସାୟୀଙ୍କୁ ସହଯୋଗ କରିଥିଲେ ।  ଏହି ଅଗ୍ନିକାଣ୍ଡରେ ବ୍ୟବସାୟୀ ଧିରୁ ଅଗ୍ରୱାଲ ସର୍ବସ୍ୱlନ୍ତ ହୋଇ ଯାଇଥିବା ଜଣାପଡିଛି ।  ତେବେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହା ଯାଉଛି । ତେବେ କେତେ କ୍ଷତି ହୋଇଛି ତାହା ଆକଳନ କରାଯାଇ ପାରିନି ।

Leave A Reply

Your email address will not be published.