ଧରାପଡିଲେ ୯ ଆନ୍ତଃରାଜ୍ୟ ବାଇକ ଲୁଟେରା, ୩୨ ବାଇକ ଜବତ

0 15

କଟକ, :  କଟକ ମାଲଗୋଦାମ ଥାନା ପୋଲିସ ହାତରେ  ଧରାପଡିଛନ୍ତି ୯ ଜଣିଆ ଆନ୍ତଃରାଜ୍ୟ ବାଇକ ଲୁଟେରା । ପୋଲିସ ସେମାନଙ୍କ ନିକଟରୁ ୩୨ଟି ଚୋରା ବାଇକ ଜବତ କରିଛି। ଅଭିଯୁକ୍ତମାନେ ବିଭିନ୍ନ ଜିଲ୍ଲାର ହୋଇଥିବା ବେଳେ ସେମାନେ କଟକ, ଗଞାମ,ଖୋର୍ଦ୍ଧା, ପୁରୀ ଓ ଅନୁଗୁଳ ରୁ ଗାଡି ଚୋରି କରି ବିକ୍ରି କରିଥାନ୍ତି।

ତେବେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କଟକ ସହରରେ ଗାଡି ଚୋରି ନେଇ ୧୩୬  ଟି ମାମଲା ହୋଇଥିବା ବେଳେ ୧୫୬ ଟି ଗାଡି ଜବତ କରିବାରେ କଟକ ପୋଲିସ ସଫଳ  ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.