ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ; ଜଣେ ଗିରଫ

0 2

ପୁରୀ  : କରୋନା କାୟା ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୁରୀ ଜିଲା କାକଟପୁରରେ ଏକ ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ହୋଇଥିବା ନେଇ  ଖବର ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କେନ୍ଦ୍ରଟିକୁ ସିଲ କରିଛି । ଏହାସହ ସେଠାରୁ ବହୁ ଉପକରଣ ଓ ନକଲି ପରୀକ୍ଷା ରିପୋର୍ଟ ମଧ୍ୟ ଜବତ କରିଛି। ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସଙ୍କୁ ଗିରଫ ଗିରଫ କରାଯାଇଛି। ପ୍ରକାଶଙ୍କ ଆଉ ଜଣେ ସହଯୋଗୀ ଫେରାର ହୋଇଯାଇଛି। ଟଙ୍କା ନେଇ ବହୁ ଲୋକଙ୍କୁ ନକଲି ପରୀକ୍ଷା ରିପୋର୍ଟ ଦିଆଯାଇଥିବା ବେଳେ ସେଠାକାର ଡ଼ାକ୍ତର ଓ ଅନ୍ୟ କର୍ମଚାରୀମାନେ ନକଲି ବୋଲି ସୂଚନା ମିଳିଛି।

ପୁଲିସ ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.