ନାବାର୍ଡ ବ୍ୟାଙ୍କର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ

0 17

ଭୁବନେଶ୍ବର: ନାବାର୍ଡ ବ୍ୟାଙ୍କର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶାର ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିଥିବା ନାବାର୍ଡ ଓଡିଶା ଶାଖା ରାଜ୍ୟର ବିକାଶରେ ଅନେକ ଛିଟା ଛାଡିଛି । ଆଜି ଓଡିଶାରେ କୃଷି ଶିଳ୍ପର ଯେଉଁ ଅଗ୍ରଗତି ଘଟିଛି ସେଥିରେ ବଡ ଯୋଗଦାନ ରହିଛି ନାବାର୍ଡ ବ୍ୟାଙ୍କର । ଲୋକଙ୍କୁ ସବସିଡିରେ ଋଣ ପ୍ରଦାନ କରିବା, ଏସଏଚଜି ମାନଙ୍କୁ ବିଭିନ୍ନ ସ୍କିମ୍‌ରେ ଆର୍ଥିକ ସହାୟତା ଯୋଗାଇବା ଠାରୁ ଭିନ୍ନକ୍ଷମ ମାନଙ୍କପାଇଁ ସହଯୋଗର ହାତ ବଢାଇଛି ନାବାର୍ଡ ।

ସମୟର ପରିବର୍ତ୍ତନ କ୍ରମେ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ କିଭଳି କୃଷିକ୍ଷେତ୍ରରେ ଉପଯୋଗ ହେବ ଏବଂ ଚାଷି ଏଥିରୁ କିଭଳି ଲାଭ ପାଇବେ ସେଦିଗରେ ପ୍ରଚେଷ୍ଠା ଜାରି ରଖିଛି ନାବାର୍ଡ । ଆଜି ନାବାର୍ଡର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ଗଣେଶୀ ଲାଲ । ଆଜିର ପ୍ରତିଷ୍ଠା ଦିବସ ଭର୍ଚୁଆଲ ଜରିଆରେ ପାଳନ ହୋଇଥିଲା । ଏଥିରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.