ନାବାଳିକାଙ୍କୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

0 35

ଚମ୍ପୁଆ,  : ନାବାଳିକାକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ଅଭିଯୁକ୍ତ କୈଳାସ ସିତାରୀକୁ ଚମ୍ପୁଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଁଚି ପୁରା ଘଟଣାର ଛାନଭିନ୍ ଚଳାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, କୈଳାସ ସିତାରୀ ନାରଦପୁର ପଞ୍ଚାୟତ ଜଗନ୍ନାଥପୁର ଅଞ୍ଚଳର ଶାନ୍ତିଲତା ଓରାମ ନାମକ ଜଣେ ବିଧବା ମହିଳାଙ୍କୁ ଆଣି ନିଜ ସ୍ତ୍ରୀ ଭାବେ ରଖିଆସୁଥିଲା। ବିଧବାଙ୍କ ଏକ ୧୫ବର୍ଷୀୟା ନାବାଳିକା ଝିଅ ସୁମିତ୍ରା ମଧ୍ୟ ସେମାନଙ୍କ ସହ ରହୁଥିଲା । ଗତକାଲି ରାତି ପ୍ରାୟ ୮ଟା ବେଳେ ସୁମିତ୍ରା ମୋବାଇଲ ଫୋନରେ କୌଣସି ଯୁବକ ସହ ଗପିବା ସନ୍ଦେହ କରି କୈଳାସ ଗାଳି ଗୁଲଜ କରିବା ସହ ଏକ ବାଡ଼ିରେ ଅତି ଅମାନୁଷିକ ଭାବେ ସୁମିତ୍ରାକୁ ପିଟିଥିଲା । ଏହାକୁ ମା’ ଶାନ୍ତିଲତା ବିରୋଧ କରିଥିଲେବି କିଛି ଶୁଣିନଥିଲା ଅଭିଯୁକ୍ତ । ଯାହାଫଳରେ ଘଟଣାସ୍ଥଳରେ ସୁମିତ୍ରାର ମୃତ୍ୟୁ ଘଟିଛି ।

ତେବେ ଏହି ହତ୍ୟାକାଣ୍ଡ ଭିଆଇବା ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ କୈଳାସ। ମାତ୍ର ଶାନ୍ତିଲତା ଏକ ଦାଉଲିରେ ରଶିକୁ କାଟିଦେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚମ୍ପୁଆ ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.