ନିଶା ପାଇଁ ୧୦ ଦିନର ପୁଅକୁ ୧୦ ହଜାରରେ ବିକିଦେଲା ବାପା

0 16

ଭୁବନେଶ୍ୱର : ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା! ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ଏଭଳି କାରଣ ସାମ୍ନାକୁ ଆସିଛି। ୟୁନିଟ୍ ୩ ମାଳିସାହି ଅଞ୍ଚଳରୁ ଶିଶୁଟିକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ଓ ଖାରବେଳ ନଗର ପୋଲିସ। ଚାଇଲ୍‌ଡ ଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ନିଶା ଖାଇବା ଲାଗି ନିଜର ୬ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବାପା ଅନ୍ୟଜଣଙ୍କୁ ବିକ୍ରି କରିଦେଇଥିବା ନେଇ ଖବର ପ୍ରସାରଣ ପରେ ହଇଚଇ ସୃଷ୍ଟି ହୋଇଥିଲା। ମାଳିସାହି ଅଞ୍ଚଳର ଜଣେ ମହିଳା ଶିଶୁଟିକୁ କିଣିଥିବା ଜଣାପଡ଼ିବା ପରେ ପୋଲିସ ମହିଳାଙ୍କୁ ଥାନାକୁ ଡାକି ତାଠାରୁ ପିଲାଟିକୁ ଉଦ୍ଧାର କରିଛି। ଉଦ୍ଧାର ଶିଶୁକୁ CWCର ଅନୁମତିକ୍ରମେ ସୁଭଦ୍ରା ମହତାବ ସ୍ପେଶାଲ ଆଡପସନ୍ ସେଣ୍ଟରକୁ ପଠାଯାଇଛି।

Leave A Reply

Your email address will not be published.