ନ୍ୟୁଟାଉନ ପର୍ଣ୍ଣ ଫଟୋ ମାମଲା ରେ ଫଟୋର ନାୟିକା, ଫଟୋଗ୍ରାଫର ଗିରଫ

0 8

କୋଲକାତା, : ନ୍ୟୁଟାଉନ୍‌ ପର୍ଣ୍ଣ ଫଟୋ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଗୁରୁବାର ଦିନ ଦମଦମରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା କମିଶନରେଟ୍‌ ପୁଲିସ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତଦ୍ୱୟ ହେଲେ ମଡେଲ ନନ୍ଦିତା ଦତ୍ତ ଓ ଫଟୋଗ୍ରାଫର ମୈନିକା ଘୋଷ ।ଶୁକ୍ରବାର ଦିନ ଉଭୟଙ୍କୁ ଅଦାଲତରେ ହାଜର କରାଯିବା ପରେ ବିଚାରକ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୨୫ରେ ନ୍ୟୁ ଟାଉନ୍‌ ଥାନାରେ ଦୁଇଜଣ ଯୁବତୀ ଏନେଇ ଅଭିଯୋଗ ଦାଏର କରିଥିଲେ । ସେମାନେ ପୁଲିସକୁ କହିଥିଲେ ଯେ, ମିଥ୍ୟା ପ୍ରତିଶ୍ରୁତି ଦେଇ ତଥା କାର୍ଯ୍ୟତଃ ଧମକ ଦେଇ ସେମାନଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରାଯାଇଛି । ବାଲିଗଞ୍ଜର ଏକ ଷ୍ଟୁଡିଓରେ ଏହି ଅଶ୍ଲୀଳ ଭିଡିଓ ତିଆରି କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ଏହି ଭିଡିଓ ଉତ୍ତୋଳନ ପରେ ଏହାକୁ ବିଭିନ୍ନ ପର୍ଣ୍ଣ ସାଇଟ୍‌ ଓ ମୋବାଇଲ୍‌ ଆପରେ ତାହାକୁ ଭାଇରାଲ କରିଦିଆଯାଇଥିଲା । ନ୍ୟୁଫ୍ଲକ୍ସ ନାମକ ଆପ୍‌ରେ ଏହି ଭିଡ଼ିଓ ଦୁଇ ଯୁବତୀ ଦେଖିବାକୁ ପାଇଥିଲେ । ଏହାପରେ ଏହି ଭିଡ଼ିଓର କର୍ଣ୍ଣଧାର ୟଶ ଠାକୁରଙ୍କ ସହିତ ଯୋଗାଯୋଗ କରିବାକୁ ସେମାନେ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା ।

ପ୍ରସଙ୍ଗତଃ ଏହି ନ୍ୟୁଫ୍ଲିକ୍ସ ନାମକ ଆପ୍‌ ସହିତ ପରୋକ୍ଷରେ ମୁମ୍ବାଇର ପର୍ଣ୍ଣ କାଣ୍ଡରେ ଗିରଫ ହୋଇଥିବା ରାଜ କୁନ୍ଦ୍ରା ପ୍ରସଙ୍ଗରେ ଯୁକ୍ତ ହୋଇଛି । ୟଶଙ୍କ ସହିତ ଯୋଗାଯୋଗ ହୋଇ ନପାରିବାରୁ ଯୁବତୀ ଦ୍ୱୟ ନ୍ୟୁଟାଉନ୍‌ ଥାନାରେ ଅଭିଯୋଗ ଦାଏର କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏନେଇ ପୁଲିସ ସାଇବର କ୍ରାଇମ୍‌ ବିଭାଗର ସହାୟତା ନେଇଥିଲା । ପରେ ମୋବାଇଲ ଫୋନକୁ ଟ୍ରାକ୍‌ କରି ଦମଦମରୁ ଉଭୟଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.