ନୟାଗଡ଼ରେ ନିଖୋଜ ହୋଇଥିବା କୁନି ଝିଅର ଖଣ୍ଡବିଖଣ୍ଡିତ ଶବ ମିଳିଲା ,ଅଭିଯୁକ୍ତ ଗିରଫ

0 14
ନୟାଗଡ଼  :  ଗତ ବର୍ଷର ଚାଞ୍ଚଲ୍ୟକର ପରୀ ହତ୍ୟାକାଣ୍ଡ ମାମଲା ଥମିଯିବା ପରେ ନୟାଗଡ଼ ରେ ଏବେ ଆଉ ଏକ କୁନି ଝିଅର ମୃତ ଦେହ ମିଳିଛି । ଛଅ ବର୍ଷୀୟା ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ନିଖୋଜ ହୋଇଯିବାର ପାଞ୍ଚ ଦିନ ପରେ ଛଅ ବର୍ଷୀୟା ଝିଅଟିର (ଡାକ ନାମ ବେବି) ଗଳିତ ମୃତ ଦେହ ବୁଧବାର ଦିନ (ଜୁନ୍‌ ୧୬) ଉଦ୍ଧାର ହୋଇଛି । ନାବାଳିକାର ଖଣ୍ଡବିଖଣ୍ଡିତ ମୃତ ଦେହ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଛି ଛଅ ବର୍ଷୀୟା ଝିଅଟିର ମୃତ ଦେହ l ତା’ ମୁଣ୍ଡ ଶରୀର ଠାରୁ ଅଲଗା ଥିଲା । ନୟାଗଡ଼ ଏସ୍.ପି. ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ୱରେ ଏକ ଟିମ୍ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଝିଅଟିର ଖଣ୍ଡବିଖଣ୍ଡିତ ଗଳିତ ମୃତ ଦେହ ମିଳିଥିଲା ।

ଏହି ଘଟଣାରେ ସେହି ଗାଁର ଯୁବକ ସାଗର ଦଳେଇ କୁ ଗିରଫ କରିଛି ପୋଲିସ । ଏସ୍‌.ପି. ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି ଓ ଖୁବ୍ ଶୀଘ୍ର ଅଧିକ ତଥ୍ୟ ସାମନାରେ ରଖାଯିବ । ଗତ ବର୍ଷ ନୟାଗଡ଼ର ଯଦୁପୁର ଗାଁରେ ପାଞ୍ଚ ବର୍ଷର ନିରୀହା ବାଳିକା ପରୀକୁ ହତ୍ୟା କରି ଏକ ପୋଖରୀ ହୁଡ଼ାରେ ଫିଙ୍ଗିଦିଆଯାଇଥିଲା । ସେହି ମାମଲାରେ ଗିରଫ ହୋଇଥିବା ସେହି ଗାଁର ସରୋଜ ସେଠୀ ଏବେ ଜେଲରେ ଅଛି । ପରୀକୁ ହତ୍ୟା କରିବା ପରେ ତା’ ମୃତ ଦେହକୁ ଏକ ଅଖାରେ ପୂରେଇ ପୋଖରୀ ହୁଡ଼ାରେ ସରୋଜ ଫିଙ୍ଗିଦେଇଥିଲା ବୋଲି ବରିଷ୍ଠ ଆଇ.ପି.ଏସ୍‌. ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ଏସ୍‌.ଆଇ.ଟି. ତଦନ୍ତରୁ ଜଣାପଡ଼ିଥିଲା ।

Leave A Reply

Your email address will not be published.