ପଞ୍ଜାବ ନେସ୍‌ନାଲ ବ୍ୟାଙ୍କରୁ ଆଜବେଷ୍ଟସ୍‌ ଭାଙ୍ଗି ୫ଟି କମ୍ପ୍ୟୁଟର ନେଇଗଲେ ଚୋର

0 16

ରାଉରକେଲା : ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଥିବା ପଞ୍ଜାବ ନେସ୍‌ନାଲ ବ୍ୟାଙ୍କର ଆଜବେଷ୍ଟସ୍‌ ଭାଙ୍ଗି କିଛି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ କମ୍ପ୍ୟୁଟର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିଥିଲା । ଏହାର ସୁଯୋଗ ନେଇ କିଛି ଦୃର୍ବୃତ୍ତ ଆଜବେଷ୍ଟସ୍‌ ଭାଙ୍ଗି ବ୍ୟାଙ୍କ ଭିତରେ ଥିବା କମ୍ଫ୍ୟୁଟର ଚୋରି କରି ନେଇଥିଲେ । ସୋମବାର ବ୍ୟାଙ୍କ ଖୋଲିଥିବାରୁ କର୍ମଚାରୀ ଓ ଅଧିକାରୀମାନେ ବ୍ୟାଙ୍କକୁ ଆସିଥିଲେ । କର୍ମଚାରୀମାନେ ବ୍ୟାଙ୍କ ଖୋଲି ଭିତରକୁ ପଶିବା ପରେ ବ୍ୟାଙ୍କ ଭିତରେ ବିଭିନ୍ନ ଆସବାବପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ବେଳେ ଆଜବେଷ୍ଟସ୍‌କୁ ତାଡ଼ା ଯାଇଥିବା ଦେଖିବାକୁ ପାଇଥିଲେ । ଚୋରି ହୋଇଥିବା ସନ୍ଦେହ କରି ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ସୂଚନା ଦେବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଥିଲା । ବ୍ୟାଙ୍କରୁ ଦୁର୍ବୃତ୍ତମାନେ ୫ଟି କମ୍ପ୍ୟୁଟର ଚୋରି କରି ନେଇଥିବା ସ୍ପଷ୍ଟ ହୋଇଥିଲା । ଗତ ୯ ତାରିଖରୁ ସିସିଟିଭି ବନ୍ଦ ଥିବା ନେଇ ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସିସିଟିଭି ବନ୍ଦ ଥିବାରୁ ଦୁର୍ବୃତ୍ତମାନଙ୍କୁ ଠାବ କରିବା ଏବେ ପୁଲିସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.