ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୫’ତମ ଜୟନ୍ତୀ ପାଳିତ

0 24

ରାଇରଙ୍ଗପୁର(ବସନ୍ତ କୁମାର ସାଣ୍ଡିଲ) : ମୟୁରଭଞ୍ଜ ଜିଲ୍ଲା ଭାରତୀୟ ଜନତା ପାର୍ଟି ଯଶିପୁର ପକ୍ଷରୁ ମାନ୍ୟବର ଯଶିପୁର ବିଧାୟକ’ଙ୍କ କାର୍ଯ୍ୟାଳୟ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ’ଙ୍କ ୧୦୫’ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଜୀ’ଙ୍କ ସହିତ ଭି.ଡି.ଓ କନ୍ଫାରେନ୍ସିଂ ମାଧ୍ୟମରେ ରାଷ୍ଟ୍ରୀୟ ସହାୟତା ସମ୍ମିଳନୀ କାର୍ଯ୍ୟକ୍ରମ ରେ ଆଜି ଯଶିପୁର ନିର୍ବାଚନ ମଣ୍ଡଳିର ମାନ୍ୟବର ବିଧାୟକ ଇଂ. ଗଣେଶ ରାମ ସିଂ ଖୁଣ୍ଟିଆ’ଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜେପି ଅନୁସୂତୀତ ଜାତି କାର୍ଯ୍ୟକାରୀଣି ସଦସ୍ୟ ଜନାର୍ଦ୍ଧନ ବେହେରା, ଅନ୍ୟତମ ଅତିଥି ଭାବେ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ଉପସଭାପତି ତଥା ଶିମିଳିପାଳ ମଣ୍ଡଳ ପ୍ରଭାରୀ ଶ୍ରୀଯୁକ୍ତ ବିପିନ ବିହାରୀ ମହାନ୍ତି,ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ରାଜକୁମାର ରାମ ପ୍ରମୁଖ’ଙ୍କ ସହିତ ମୋଟ ୩୦୦ ରୁ ଅଧିକ ମହିଳା ଓ ପୁରୁଷ ବି.ଜେ.ପି କାର୍ଯ୍ୟକର୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସୃଜନଶୀଳ ଲେଖକ,ସାମ୍ବାଦିକ,ରାଷ୍ଟ୍ରନିତିଜ୍ଞ,ଅର୍ଥନିତୀ ବିଶେଷଜ୍ଞ ତଥା ଦାର୍ଶନୀକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ’ଙ୍କ ୧୦୫’ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଜୀବନ ଚରିତ୍ର ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ତାଙ୍କ ସ୍ମୃତିଚାରଣ କରାଯାଇଥିଲା।

ଶିମିଳିପାଳ ମଣ୍ଡଳ ସଭାପତି କାଳୀଚରଣ ନାଏକ କାର୍ଯ୍ୟକ୍ରମର ସଭା ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଂଗ କରିଥିଲେ।

Leave A Reply

Your email address will not be published.