ପଦ୍ମପୁର ପୁଲିସ ଦ୍ଵାରା ୬୦ କେଜି ଗଞ୍ଜେଇ ସହ ୫ ଗିରଫ, ଦୁଇଟି କାର୍ ଜବତ

0 9

ପଦ୍ମପୁର : ରାୟଗଡା ଜିଲ୍ଲାର ପଦ୍ମପୁର ପୁଲିସକୁ ମିଳିଛି ବଡ଼ ସଫଳତା । ୬୦ କେଜି ଗଞ୍ଜେଇ ଜବତ କରିବା ସହ ୫ଜଣକୁ ଗିରଫ କରିଛି ପୁଲିସ । ମିଳିଥିବା ସୂଚନା ଆଧାରରେ ,ପାଟ୍ରୋଲିଂ କରୁଥିବା ସମୟରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଫାଣ୍ଡି ନିକଟରେ ଦୁଇଟି କାରକୁ ସନ୍ଦେହ କରି ପୁଲିସ୍‌ ଅଟକିଥିଲା। ତନଖି କରିବା ବେଳେ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣା ପଡିଥିଲା।

ଅଭିଯୁକ୍ତ ମାନେ କେନ୍ଦୁଗୁଡ଼ାରୁ ଉତ୍ତରପ୍ରଦେଶକୁ ଗଂଜେଇ ନେଉଥିବା ସ୍ୱୀକାର କରିଥିବା ବେଳେ, ଏହି ଦୁଇଟି କାରରେ ବସିଥିବା ଉତ୍ତର ପ୍ରଦେଶ ଅଞ୍ଚଳର ରାହୁଲ କୁମାର, ଶ୍ରୀ କୁମାର ଶର୍ମା, ଅମିତ କୁମାର, ଆଦିତ୍ୟ କୁମାର, ରାହୁଲ କୁମାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୯୧ ହଜାର ୮୫ ଟଙ୍କା ଜବତ ହୋଇଛି।  ଜବତ ଗଞ୍ଜେଇର ପରିମାଣ ୬୦ କେଜି ହୋଇଥିବା ବେଳେ , ଏହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ ।

ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପଦ୍ମପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.