ପଳାତକ ଘୋଷିତ ଅପରାଧୀ ବିଜେଡି ପାଇଁ କରୁଛନ୍ତି ପ୍ରଚାର : ସମ୍ବିତ ପାତ୍ର

0 6

ପିପିଲି : ପିପିଲିରେ ମୁକ୍ତ, ଅବାଧ ନିର୍ବାଚନରେ ବାଧକ ସାଜିଛି ପୋଲିସ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର। ଏମିତିକି ଅବାଧ ନିର୍ବାଚନ ଅଟକାଇବାକୁ ପୋଲିସ ସହାୟତାରେ ବିଜେଡି ଲାଗିଛି ବୋଲି କହିବା ସହ ପିପିଲିରେ ଭୟ, ଆତଙ୍କର ବାତାବରଣ ସୃଷ୍ଟି ପାଇଁ ପୋଲିସ ଚେଷ୍ଟିତ ବୋଲି କହିଛନ୍ତି। ଏମିତିକି କୋର୍ଟ ଦ୍ୱାରା ପଳାତକ ଘୋଷିତ ଅପରାଧୀ ମଧ୍ୟ ବିଜେଡି ପାଇଁ ଲାଗିଛନ୍ତି ବୋଲି ଅଭିଯୋଗ ଆଣିବା ସହ ଫଟୋ ସହ ପ୍ରମାଣ ଦେଖାଇଛନ୍ତି।

ଜାମିନ ବିହୀନ ଗିରଫ ପରୱାନା ଥିବା ପୂର୍ବତନ ବିଧାୟକଙ୍କ ଭାଇ ଧିରେନ୍ଦ୍ର ସାମନ୍ତରାୟ, ରାଜା, ସଂଜୟ ସାମାନ୍ତରାୟ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ସମ୍ବିତ୍। ହେଲେ ନାଁରେ ଆଦୌ କୌଣସି ମାମଲା ନଥିବା ବିଜେପି କର୍ମୀଙ୍କୁ ପୋଲିସ ହଇରାଣ କରୁଛି ଓ ମୁକ୍ତ ଓ ଅବାଧ ନିର୍ବାଚନରେ ପୋଲିସ ବାଧକ ସାଜୁଛି ସମ୍ବିତ୍ କହିଛନ୍ତି। ତେବେ ଏ ନେଇ ବିଜେଡି କିମ୍ବା ପୋଲିସର୍ ପ୍ରତିକ୍ରିୟା ମିଳିନାହିଁ।

ପିପିଲି ଡେଲାଙ୍ଗରେ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି  ଉଭୟ ବିଜେଡି ଓ ବିଜେପି। ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ଲେନିନ୍ ମହାନ୍ତି, ସୁଜିତ କୁମାର ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ବିଜେଡି କର୍ମୀ ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.