ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍’‌

0 14

ଭୁବନେଶ୍ୱର :  ପଶ୍ଚିମବଙ୍ଗରେ କରୋନା (CORONA) ର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହେବାପରେ ଓଡ଼ିଶା ସରକାର ନୂଆ କଟକଣା ଜାରି କରିଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ଯେକୌଣସି ଲୋକ ଓଡ଼ିଶା ଆସିଲେ ସେ ବାଧ୍ୟତାମୂଳକ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ । ବ୍ଲକରେ ବିଡିଓ ଓ ସହରାଂଚଳରେ ପୌର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆନୁଷ୍ଠାନିକ କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ।

ଯେଉଁସବୁ ଯାତ୍ରୀ ବିମାନରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ଆସିବେ ସେମାନେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ ବାଧ୍ୟ। ସେହିପରି ଯେଉଁ ବ୍ୟକ୍ତି ୨ଥର କୋଭିଡ୍ ଟୀକା ଡୋଜ୍ ନେଇସାରିଛନ୍ତି ଅବା ୪୮ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ପାଇଥିବେ ସେମାନଙ୍କୁ ନିଜ ଘରେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ଅନୁମତି ମିଳିବ। ଏହି ନିର୍ଦ୍ଦେଶନାମାକୁ ଯିଏ ଉଲ୍ଲଘଂନ କରିବ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇଡ଼-୧୮୯୭ ଓ ଆଇପିସିର ଅନ୍ୟ ଧାରାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Leave A Reply

Your email address will not be published.