ପାଣି ମୁନ୍ଦେ ପାଇଁ ଡହଳ ବିକଳ ରେଙ୍ଗମା ଗ୍ରାମବାସୀ

0 43

 

କୋଇଡା:- ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ଗ୍ରାମ ପଞ୍ଚାୟତ ରେଙ୍ଗମା ଗ୍ରାମ ରେ.. ପାନୀୟ ଜଳ ପାଇଁ ନାହିଁଁ ନଥିବା ଅସୁବିଧାରେ ଗ୍ରାମବାସୀ।
ରେଙ୍ଗମା ଗ୍ରାମବାସୀ’ଙ୍କ ଅଭିଯୋଗ ଅନୁସାରେ ଗାଁ ରେ ନଳକୁପ କିମ୍ବା କୂଅଟିଏ ମଧ୍ୟ ନଥିବାରୁ ପାନୀୟ ଜଳ ମୁନ୍ଦେ ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଥିବା ବେଳେ, ଗ୍ରାମରେ ପୋଖରୀ କିମ୍ବା ନାଳ ଟିଏ ମଧ୍ୟ ନଥିବାରୁ ଗାଧୁଆ ପାଧୁଆ ପାଇଁ ମଧ୍ୟ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।
ବର୍ଷା ଦିନରେ ବହି ଆସୁଥିବା ପାଣିରେ ଲୋକେ ଗାଧୋଉ ଥିବାବେଳେ ଗ୍ରୀଷ୍ମ ଋତୁରେ ୨/୩ କି.ମି. ଚାଲି ଚାଲି ଯାଇ ଗାଧୁଆ ପାଧୁଆ କରିବାକୁ ପଡିଥାଏ। ପିଇବା ପାଣି ପାଇଁ ପରିତ୍ୟକ୍ତ ଅବସ୍ଥାରେ ଥିବା ଚୁଆ ର ଗୋଳିଆ ପାଣି ବ୍ୟବହାର କରିଥାନ୍ତି ଏଠିକାର ବାସିନ୍ଦା। ଫଳରେ ନାନା ରୋଗବ୍ୟାଧିରେ ପଡି ଶଯ୍ୟାଶାୟୀ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଦୁଃଖର ବିଷୟ ଏନେଇ ସ୍ଥାନୀୟ ସରପଞ୍ଚ ଏବଂ ବିଡିଓ’ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ତେବେ ବିକାଶ ର ଡିଣ୍ଡିମ  ପିଟୁଥିବା ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କୋଇଡା ବ୍ଲକର ରେଙ୍ଗମା ଗ୍ରାମର ଲୋକେ ପାନୀୟ ଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.