ପାରିବାରିକ କଳହ କୁ ନେଇ ହତ୍ୟାକାଣ୍ଡ

0 26

ରାଇରଙ୍ଗପୁର  : ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା, ଝରାଡିହି ଫାଣ୍ଡି ଅନ୍ତର୍ଗତ ଦେଉରାଡିହି ଗ୍ରାମରେ ଡବଲ ମର୍ଡର। ପୁତୁରା ର ଶାବଳ ମାଡରେ ବଡ ବାପା ଓ ବଡ଼ ମାଆ ର ଶୋଚନୀୟ ମୃତ୍ୟୁ । ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଦେଉରାଡିହି ଗ୍ରାମରେ।
ସୂଚନା ଅନୁଯାୟୀ , ଦୁଇ ଭାଇ ମିଳିତ ଭାବେ କିଣିଥିବା ପାଣି ପମ୍ପ କୁ ସାନ ଭାଇ ବିକ୍ରି କରି ଦେଇଥିବାକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦା ମଧ୍ୟରେ ବାରମ୍ବାର କଳହ ଲାଗି ରହିଥିଲା। ତେବେ ଆଜି ମଧ୍ୟ ପାଣି ପମ୍ପ ବିକ୍ରି କଥା ଉଠାଇ ଯୋଗେନ୍ଦ୍ର ହାଁସଦା ଓ ସାନ ଭାଇ ସୁରାଇ ହାଁସଦାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ବାପାଙ୍କ ସହ ବଡ଼ ବାପା ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝୋ ହାଁସଦା ଉତ୍କ୍ଷିପ୍ତ ହୋଇ ବଡବାପା ଧରିଥିବା ଶାବଳ ଛଡାଇ ନେଇ ବଡ଼ ବାପା ଓ ବଡ଼ ମାକୁ ଶାବଳରେ ବାଡ଼େଇ ବାଡ଼େଇ ହତ୍ୟା କରିଥିଲେ। ହତ୍ୟା ପରେ ମାଝୋ ହାଁସଦା ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଯୋଗେନ୍ଦ୍ର ହାଁସଦା ଓ ତାଙ୍କ ସ୍ତ୍ରୀ ନାନୀ ହାଁସଦା ଙ୍କ ମୃତ ଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇ ଥିବା ଜଣାପଡିଛି।

*ରାଇରଙ୍ଗପୁର ରୁ ବସନ୍ତ କୁମାର ସାଣ୍ଡିଲ’ଙ୍କ ରିପୋର୍ଟ ଆଦ୍ୟାଶା ନ୍ୟୁଜ୍।*

Leave A Reply

Your email address will not be published.