ପିକଅପ୍ ଭ୍ୟାନ ସହ ୧୪ କୁଇଣ୍ଟାଲର ଭାଙ୍ଗ ଜବତ, ଜଣେ ଗିରଫ

0 37

ମୋହନା,  : ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ନାକା ଗେଟ୍ ନିକଟରୁ ବିପୁଳ ପରିମାଣର ଭାଙ୍ଗ ଜବତ। ପାଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ୍ ଭ୍ୟାନ୍‌ରୁ ୧୪ କୁଇଣ୍ଟାଲର ଭାଙ୍ଗ ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୋହନା ପୋଲିସ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର ଶମ୍ଭୁ ସାହୁ। ସେ ଅନ୍ତରବା ଅଞ୍ଚଳରୁ ପିକଅପ୍ ଭ୍ୟାନ୍‌ରେ ଭାଙ୍ଗ ନେଇ ପୁରୀ ଅଭିମୁଖେ ଚାଲାଣ କରୁଥିବା ବେଳେ ପୋଲିସ ଯାଞ୍ଚ କରି ଭ୍ୟାନରୁ ୪୪ ବସ୍ତା ଭାଙ୍ଗ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.