ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ

0 14

ଭୁବନେଶ୍ୱର -: ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନର ତାରିଖ। ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବ। ଏହାର ଦୁଇ ଦିନ ପରେ ଅର୍ଥାତ ୧୯ ତାରିଖରେ ଭୋଟ୍ ଗଣତି ହେବ। ପୂର୍ବରୁ ପିପିଲି ନିର୍ବାଚନ ପାଇଁ ମେ’ ୧୩ ତାରିଖ ଧାର୍ଯ୍ୟ କରାଯାଇଥିଲା। ଯେହେତୁ ୧୩ ତାରିଖରେ ଇଦ୍-ଉଲ୍-ଫିତର ପଡୁଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ଉପନିର୍ବାଚନର ତାରିଖକୁ ପୁଣିଥରେ ଘୁଞ୍ଚାଯାଇଛି। ନିର୍ବାଚନ କମିଶନଙ୍କ ତରଫରୁ ନୋଟିଫିକେସନ୍ ଆସିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେହିପରି କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ସମ୍ବନ୍ଧରେ ବିସ୍ତୁତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଏଥର ନିର୍ବାଚନ ଦିନର ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ। ଅର୍ଥାତ୍ ପିପିଲିରେ ମେ’ ୧୩ ତାରିଖ ସନ୍ଧ୍ୟା ପରଠାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ।

Leave A Reply

Your email address will not be published.