ପୁଲିସର ଗିରଫଦାରୀ ପ୍ରତିବାଦରେ ଏସପି ଅଫିସ ଘେରାଉ

0 38

ବଲାଙ୍ଗିର,  : ପୁଲିସର ଗିରଫଦାରୀକୁ ବିରୋଧ କରି ବଲାଙ୍ଗିର ଏସପି ଅଫିସ ଘେରାଉ। ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଛନ୍ତି ପୁଇଁତଳା ଅଏଁଳାସାରି ଗାଁର ଶତାଧିକ ମହିଳା ଓ ପୁରୁଷ। ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନାନୁଯାୟୀ, ଗତକାଲି ପୁଇଁତଳା ଅଏଁଳାସାରି ଗାଁରେ ଜଣେ ଶିକ୍ଷକଙ୍କୁ ମାଡ଼ ମାରିବା ଓ ଲୁଟ୍ ଘଟଣାରେ ପୁଲିସ ଗାଁର ୫୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଉଠାଇ ଆଣିଥିଲା। ଏହା ସହ ଘରଦ୍ଵାର ଭଙ୍ଗାରୁଜା କରିଥିଲା। ଯାହାର ପ୍ରତିବାଦ କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଗାଁର ଶତାଧିକ ମହିଳା ଓ ପୁରୁଷ। ପୁଲିସର ଗିରଫଦାରୀକୁ ବିରୋଧ କରି ଆଜି ଉତ୍ତ୍ୟକ୍ତ ଲୋକେ ବଲାଙ୍ଗିର ଏସପି ଅଫିସ ଘେରାଉ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.