ପୁଲିସ କହିଥିଲା ବାପାଙ୍କୁ ୩/୪ ମାସ ମଧ୍ୟରେ ମାରିଦେବ ,ଏବେ ମାରିଦେଲେ : ପୁଅ ସେକ୍‌ ଚୁନେଇ

0 33

କେନ୍ଦ୍ରାପଡ଼ା : ମୋ ବାପା ମରିଛନ୍ତି ବୋଲି ଯାହା ଜାଣିଛୁ, ଟିଭିରୁ ଦେଖି ଜାଣିଛୁ । ପୁଲିସ ଅବା ପ୍ରଶାସନ ଆମକୁ ଏଯାଏ ଖବର ଦେଇନାହାନ୍ତି । ବାପାଙ୍କୁ ଯେତେବେଳେ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଗଲା, ଆମେ କେହି ଜାଣି ନଥିଲୁ । ଏନ୍‌କାଉଣ୍ଟରରେ ତାଙ୍କର ମୃତ୍ୟୁ ହେଲା ପରେ ଆମେ ଟିଭି ଦେଖି ଜାଣିଲୁ ବୋଲି ଗ୍ୟାଙ୍ଗ୍‌ଷ୍ଟର ହାଇଦରର ମଝିଆ ପୁଅ ସେକ୍‌ ଚୁନେଇ କହିଛନ୍ତି ।

ସେ କହିଛନ୍ତି ଯେ, ମୋ ବାପାଙ୍କୁ ଜିରୋ ପଏଣ୍ଟରୁ ଗୁଳି କରି ହତ୍ୟା କରାଯାଇଛି । ବାପା ୧୬ ବର୍ଷ ଜେଲ୍‌ରେ ଥିବା ବେଳେ ଏସ୍‌ସିବି ମେଡିକାଲରୁ ଫେରାର ହୋଇଥିଲେ ବୋଲି ଯେଉଁ ଅଭିଯୋଗ ହେଲା, ତାହା ମିଛ ଥିଲା । ତାଙ୍କୁ ଫେରାର ହେବାକୁ ପୁଲିସ ବାଧ୍ୟ କରିଥିଲା । ଆଉ ତାଙ୍କୁ ହାଇଦ୍ରାବାଦରୁ ଧରିବା କଥା ବି ମିଛ । ସେଇ ମେଡିକାଲରୁ ଧରି ପୁଲିସ ହାଇଦ୍ରାବାଦ୍‌ରୁ ଧରା ପଡ଼ିଥିବା କହିଲା ବୋଲି ଚୁନେଇ ଅଭିଯୋଗ କରିଛନ୍ତି ।

ବାପାଙ୍କୁ ପୁଲିସ ଧରିବା ପରେ ଆମ ଘରକୁ କମିସନରେଟ ପୁଲିସ ଆସିଥିଲା । ସେତେବେଳେ ପୁଲିସ କହିଥିଲା ବାପାଙ୍କୁ ୩/୪ ମାସ ମଧ୍ୟରେ ମାରିଦେବ । ଆମ ୩ ଭାଇଙ୍କୁ ମଧ୍ୟ ମାରିଦେବ ବୋଲି ପୁଲିସ ଧମକ ଦେଇ ଯାଇଥିବା ଚୁନେଇ କହିଛନ୍ତି । ଚୁନେଇଙ୍କ ଏଭଳି ଅଭିଯୋଗ ସଂପର୍କରେ କମିସନରେଟ୍‌ ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ ।

Leave A Reply

Your email address will not be published.