ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ‌ଇତିଶ ପ୍ରଧାନ ଗିରଫ

0 31

ଭୁବନେଶ୍ବର : ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ହେଉଛନ୍ତି ଇତୀଶ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। କଂଗ୍ରେସ ଭବନରେ ଭଙ୍ଗାରୁଜା ଓ ଗଣ୍ଡୋଗଳ କରିବା ଘଟଣାରେ ଗିରଫ ହୋଇଛନ୍ତି ଇତୀଶ। ରବିବାର କଂଗ୍ରେସ ଭବନ ଉପରକୁ ପେଟ୍ରୋଲ ବମ ମାଡ କରାଯାଇଥିଲା । ଏହା ପଛରେ ଇତିଶ ଓ ତାଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ସେହି ଘଟଣାରେ ଇତିଶକୁ ଖୋଜୁଥିବା ବେଳେ ଆଜି ଚଢାଉ ପରେ ଶହୀଦନଗର ପୋଲିସ ତାଙ୍କୁ କ୍ୟାପିଟାଲ ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏବଂ ତାଙ୍କ ସହଯୋଗୀ ପ୍ରସଞ୍ଜିତ ମଲ୍ଲବି ମଧ୍ୟ ଗିରଫ ହୋଇଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.